Odisha Link
Bridging the Missing Links in Odisha

ଆହୁରି ଭବ୍ୟ ହେବ ଶୀତଳ ଷଷ୍ଠୀ ଯାତ୍ରା, ୫୦ ଲକ୍ଷର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମହାଡ଼ମ୍ବରରେ ପାଳନ ହୁଏ ଶୀତଳ ଷଷ୍ଠୀ। ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମାତା ପାର୍ବତୀ ଓ ଭଗବାନ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳ ଷଷ୍ଠୀ ଯାତ୍ରା ପାଳନ କରାଯାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହକୁ ନେଇ ପାଳନ କରଯାଉଥିବା ଏହି ପବିତ୍ର ପର୍ବ ଶୀତଳ ଷଷ୍ଠୀ ଯାତ୍ରାର ପ୍ରଚାର ପ୍ରସାର ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି।

ଏହି ଅନୁଦାନ ଲକ୍ଷ୍ୟ ହେଉଛି ଶୀତଳ ଷଷ୍ଠୀ ଯାତ୍ରାକୁ ଅଧିକ ବିସ୍ତୃତ କରିବା ଏବଂ ସାଂସ୍କୃତିକ ପ୍ରସାରକୁ ବୃଦ୍ଧି କରିବା। ଅପାର ଭକ୍ତି ଏବଂ ଉତ୍ସାହର ସହିତ ପାଳିତ ଶୀତଳ ଷଷ୍ଠୀ ଯାତ୍ରା ଓଡ଼ିଶାରେ ଗଭୀର ଗୁରୁତ୍ୱ ବହନ କରେ। ଶୀତଳ ଷଷ୍ଠୀ ଯାତ୍ରାକୁ ଆହୁରି ଭବ୍ୟ ଓ ପ୍ରଚାର ପ୍ରସାର ପାଇଁ ଅନୁଦାନ ଘୋଷଣା କରାଯାଇଛି।