ରାଜ୍ୟରେ କରୋନା ଭୟ: ଭୟଭୀତ ନହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ

ଓଏଲ୍ ବ୍ୟୁରୋ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଛି। ଜଣେ ପଜିଟିଭ ଚିହ୍ନଟ ହେବା ପରେ ପୁଣି ରାଜ୍ୟରେ ୫ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କୋଭିଡ ପଜିଟିଭ ଚିହ୍ନଟ ୫ ଜଣଙ୍କୁ ମଧ୍ୟରୁ ଜଣେ ଜଟଣୀ ଓ ଅନ୍ୟ ୪ ଭୁବନେଶ୍ବରର ବୋଲି ସୂଚନା ରହିଛି। କୋଭିଡ ପଜିଟିଭ ସଂଖ୍ୟା ୬କୁ ବୃଦ୍ଧି ପାଇଛି।
କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟବାସୀଙ୍କୁ ଅନୁରୋଧ ଭୟଭୀତ ହୁଅନ୍ତୁ ନାହିଁ, ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପୂର୍ବରୁ କହିଛନ୍ତି। ସରକାରଙ୍କ ନଜରରେ ଅଛି, ପଦକ୍ଷେପ ନିଆଯାଉଛି। ଡେଙ୍ଗୁ ନିୟନ୍ତ୍ରଣ ନେଇ ବି କାମ ଚାଲିଛି।