Odisha Link
Bridging the Missing Links in Odisha

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ବିସ୍ଫୋରକ ଲୁଟ୍ ଘଟଣା: ରାଉରକେଲାରେ NIA ଟିମ୍‌ର ତନାଘନା

ଓଏଲ୍‌ ବ୍ୟୁରୋ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ବିସ୍ଫୋରକ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ NIA ଟିମ୍‌। ବିସ୍ଫୋରକ ସାମଗ୍ରୀ ଲୁଟ୍‌ ନେଇ NIA ଟିମ୍‌ ତଦନ୍ତ କରୁଛି। କେ.ବଲାଙ୍ଗ ଥାନା ବାଙ୍କୋ ଅଞ୍ଚଳରେ ତନାଘନା ଆରମ୍ଭ ହୋଇଛି।

ଅନ୍ୟପଟେ, SP ଅଫିସ୍‌ରେ ଉଚ୍ଚ ସ୍ତରୀୟ ବୈଠକ କରାଯାଉଛି। ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣା ନେଇ ତନାଘନା କରାଯାଉଛି।DGP ୱାଇବି ଖୁରାନିଆଙ୍କ ନେତୃତ୍ୱରେ ବଡ଼ ବୈଠକ କରାଯାଇଛି। ଓଡ଼ିଶା ଓ ଝାଡ଼ଖଣ୍ଡର ବରିଷ୍ଠ ପୁଲିସ ଅଧିକାରୀ ସାମିଲ ହୋଇଛନ୍ତି।