Odisha Link
Bridging the Missing Links in Odisha

ଏଣିକି ବୟସ ୪୨ ହେଲେ ବି କରିପାରିବେ ସରକାରୀ ଚାକିରି, ଜାଣନ୍ତୁ କ’ଣ ରହିଛି ନିୟମ..

ଓଏଲ୍‌ ବ୍ୟୁରୋ: ଗତକାଲି ନୂଆ ଢାଞ୍ଚାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବଙ୍କ ବ୍ୟତୀତ କୌଣସି ସଚିବ କ୍ୟାବିନେଟ ବୈଠକରେ ବସିନଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୫ ବଡ଼ ନିଷ୍ପତ୍ତି ନିଆଯାଇଛି। ଏନେଇ ଗତକାଲି ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି।

ରାଜ୍ୟରେ ସରକାରୀ ଚାକିରି ପାଇଁ ବଢ଼ିଲା ବୟସ ସୀମା।ସରକାରୀ ଚାକିରି ପାଇଁ ଆବେଦନର ବୟସ ସୀମା ବୃଦ୍ଧି କରାଯାଇଛି। ଓଡ଼ିଶା ବେସାମରିକ ସେବାରେ ସର୍ବୋଚ୍ଚ ବୟସ ସୀମା ୪୨କୁ ବୃଦ୍ଧି କରାଯାଇଛି। ଯାହାକି ପୂର୍ବରୁ ୩୨ ବର୍ଷ ଥିଲା। ଓଡ଼ିଶା ବେସାମରିକ ସେବା ନିୟମାବଳୀ ୧୯୮୯ର ସଂଶୋଧନ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ଅର୍ଥାତ ସରକାରୀ ଚାକିରିରେ ବୟସ ସୀମାକୁ ବଢ଼ାଯାଇ ୪୨ ବର୍ଷ କରାଯାଇଛି। ତେବେ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। କେବଳ ସେତିକି ନୁହେଁ ଏସସି, ଏସଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ।