Odisha Link
Bridging the Missing Links in Odisha

କରୋନା ସଂକ୍ରମଣ: ଭୟ ନକରି ସତର୍କ ଓ ସଜାଗ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଛି। ଜଣେ ପଜିଟିଭ ଚିହ୍ନଟ ହେବା ପରେ ପୁଣି ରାଜ୍ୟରେ ୫ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କୋଭିଡ ପଜିଟିଭ ଚିହ୍ନଟ ୫ ଜଣଙ୍କୁ ମଧ୍ୟରୁ ଜଣେ ଜଟଣୀ ଓ ଅନ୍ୟ ୪ ଭୁବନେଶ୍ବରର ବୋଲି ସୂଚନା ରହିଛି। କୋଭିଡ ପଜିଟିଭ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କୋଭିଡ୍ ମାମଲା ବଢ଼ିନି, ସେହି ୫ଟି କେସ୍‌ ରହିଛି। ନୂଆ କେସ୍‌ ଆସିନି, ସତର୍କ ଓ ସଜାଗ ରହିବା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। RTPCR ମେସିନ୍ ପ୍ରସ୍ତୁତ, ଅକ୍ସିଜେନ୍ ପ୍ଲାଣ୍ଟ ବି ପ୍ରସ୍ତୁତ ଅଛି। ଯଥେଷ୍ଟ ଟେଷ୍ଟିଂ କିଟ୍ ମଗାଯାଇଥିଲା, ସବୁ ଆସିଛି। ଆବଶ୍ୟକତା ଅନୁସାରେ ଜିଲ୍ଲାଗୁଡ଼ିକୁ କିଟ୍ ଯୋଗାଇ ଦିଆଯିବ।