Odisha Link
Bridging the Missing Links in Odisha

ସୁଲଭ ମୂଲ୍ୟରେ ରାଜଧାନୀରେ ଘର ଯୋଗାଇବେ ରାଜ୍ୟ ସରକାର, ମନ୍ତ୍ରୀ ଦେଲେ ସୂଚନା..

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଘରଟେ କିଣି ରହିବା ବହୁତ ଲୋକଙ୍କ ସ୍ବପ୍ନ। ଆକାଶଛୁଆଁ ରିଅଲ୍ ଇଷ୍ଟେଟ୍ ମୂଲ୍ୟ। ତେବେ ସହରାଞ୍ଚଳରେ ଘର କିଣିବା ପାଇଁ ଆଶାୟୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଲଭ ମୂଲ୍ୟରେ ଲୋକଙ୍କୁ ଘର ନିର୍ମାଣ କରି ଯୋଗାଇଦେବାକୁ ଯୋଜନା କରୁଛନ୍ତି।

ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ‘ଗ୍ରେଟର୍ ଭୁବନେଶ୍ୱର ଏବଂ ବେଟର୍ ଭୁବନେଶ୍ୱର’ ପଦକ୍ଷେପର ଅଂଶ ଭାବରେ, ସରକାର ସହରରେ ଗୃହ ପ୍ରକଳ୍ପ ହାତକୁ ନେବାକୁ ଯୋଜନା କରୁଛନ୍ତି। ଏହି ଯୋଜନାରେ ଲୋକମାନଙ୍କୁ ବହୁତ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇ ଦିଆଯିବ।

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ୧୫ ଲକ୍ଷ ଟଙ୍କାରେ ଶସ୍ତା ଘର ମିଳିବ। ଫୋକସ୍‌ରେ ଆର୍ଥିକ ଦୁର୍ବଳ ଓ ନିମ୍ନ ଆୟକାରୀ ବର୍ଗ। ନଗର ଉନ୍ନୟନ ବିଭାଗ ପ୍ରୟାସରେ ଘର ତିଆରି ହେବ। ଘରୋଇ କ୍ଷେତ୍ର ସହଯୋଗରେ ଶସ୍ତା ଘର ହେବ।ଅଲଗା ଅଲଗା ବର୍ଗ ପାଇଁ ୧୫ରୁ ୫୦ ଲକ୍ଷ ଟଙ୍କାର ଘର। ସୁଲଭ ମୂଲ୍ୟରେ ଘର ଯୋଗାଇବେ ରାଜ୍ୟ ସରକାର।