୧୫ ଜଣ ସ୍ବାସ୍ଥ୍ୟ ସେବିକାଙ୍କୁ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ପୁରସ୍କାର

ଓଏଲ୍ ବ୍ୟୁରୋ: ଦେଶ ପାଇଁ ଗର୍ବ। ଆଜି ବିଭିନ୍ନ ରାଜ୍ୟର ୧୫ ଜଣ ସ୍ବାସ୍ଥ୍ୟ ସେବିକାଙ୍କୁ ସମ୍ମାନିତ କରିଛନ୍ତି ମହାମହିମ ରାଷ୍ଟ୍ରପତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଜୀବନକୁ ସମର୍ପିତ କରିଥିବା ୧୫ ଜଣ ସ୍ବାସ୍ଥ୍ୟ ସେବିକାଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ପୁରସ୍କାରରେ ସମ୍ମାନିତ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି. ନଡ୍ଡା ସାମିଲ ହୋଇଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ବାସ୍ଥ୍ୟ ସେବିକାଙ୍କ ଅବଦାନକୁ ପ୍ରଶଂସା କରିବା ସହ ଆହୁରି ଆଗକୁ ଭଲ କାମ କରିବାକୁ ଆହ୍ୱାନ ଦେଇଥିଲେ।