Odisha Link
Bridging the Missing Links in Odisha

ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡ଼ା ଚେତାବନୀ; କହିଲେ-ସରିନି ଅପରେସନ ସିନ୍ଦୂର..

ଓଏଲ୍‌ ବ୍ୟୁରୋ: INS ବିକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ନୌସେନା ଯୋଦ୍ଧାଙ୍କୁ ସମ୍ବୋଧନ କରିବା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଆତଙ୍କବାଦୀ ହାଫିଜ୍ ସୟିଦ ଓ ମାସୁଦ ଆଜହରକୁ ପାକିସ୍ତାନ ହସ୍ତାନ୍ତର କରୁ। କେବଳ ଭାରତ ନୁହେଁ, ଜାତିସଂଘର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ଉଭୟ ଅଛନ୍ତି। ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର୍ ରାଣାକୁ ନିକଟରେ ଭାରତ ଅଣାଗଲା। ଯଦି କଥାବାର୍ତ୍ତା ପାଇଁ ପାକିସ୍ତାନ ଆଗ୍ରହୀ, ତେବେ ହାଫିଜ ଓ ମାସୁଦକୁ ପ୍ରଥମେ ଦିଅ। ଅପରେସନ ସିନ୍ଦୂର ଶେଷ ହୋଇନି, କେବଳ ସ୍ଥଗିତ ରଖାଯାଇଛି। ଯଦି ପୁଣି ଥରେ ପାକିସ୍ତାନ ସମାନ ଭୁଲ୍ କରେ, ଆହୁରି କଡ଼ା ଜବାବ ଦିଆଯିବ।