ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚର୍ଚ୍ଚିତ ଆଇପିଏଲ୍ ଖେଳାଳି ବୈଭବ ସୂର୍ଯ୍ୟବଂଶୀ

ଓଏଲ୍ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଂଚିଛି ୨୦୨୫ ଆଇପିଏଲ। ସବୁଥର ଭଳି ଏଥର ମଧ୍ୟ ଆଇପିଏଲ କିଛି ନା କିଛି ଚର୍ଚ୍ଚିତ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ହେଲେ ବେଶୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୧୪ ବର୍ଷ ବୟସରେ ଏହି ବାଳକ ଆଇପିଏଲ ୨୦୨୫ରେ ଏପରି କାରନାମା କରିଛନ୍ତି ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଗୁଜରାଟ ଟାଇଟନ୍ସ ବିପକ୍ଷରେ ବୈଭବ ମାତ୍ର ୩୫ ବଲରେ ଶତକ ହାସଲ କରି ଇତିହାସ ରଚିଛନ୍ତି। ତାଙ୍କର ଏହି ଧୂଆଁଧାର ଇନିଂସରେ ୧୧ଟି ଛକା ସାମିଲ ଥିଲା ଏବଂ ଷ୍ଟ୍ରାଇକ ରେଟ ୨୬୫ରୁ ଅଧିକ ରହିଥିଲା। ବୈଭବ ଏପର ଏକ ଇନିଂସ ଜରିଆରେ ଅନେକ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଆଜି ପାଟଣାରେ ବୈଭବ ସୂର୍ଯ୍ୟବଂଶୀ ଓ ଟଙ୍କା ପରିବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି।
ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ କ’ଣ, ସମଗ୍ର କ୍ରିକେଟ ଇତିହାସରେ ସବୁଠାରୁ କମ ବୟସରେ ଶତକ ହାସଲ କରିଥିବା କ୍ରିକେଟର ହୋଇଛନ୍ତି। ପେସାଦାର କ୍ରିକେଟରେ ଏ ପର୍ଯ୍ୟନ୍ତ କୌଣସି ଖେଳାଳି ୧୪ ବର୍ଷ ବୟସରେ ଶତକ ହାସଲ କରିନାହାନ୍ତି। ବୈଭବ ସୂର୍ଯ୍ୟବଂଶୀ ଆଇପିଏଲରେ ସବୁଠାରୁ କମ ବୟସରେ ଶତକ ହାସଲ କରିଥିବା ଖେଳାଳି ହୋଇଛନ୍ତି। ଏହା ସହିତ ସେ ଏପରି ଟୁର୍ଣ୍ଣାମେଣ୍ଚ ଇତିହାସରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ଭାରତୀୟ ଖେଳାଳି ମଧ୍ୟ ହୋଇଛନ୍ତି। ତାଙ୍କୁ ଏହି ରେକର୍ଡ ପାଇଁ ୟୁସୁଫ ପଠାନଙ୍କୁ ପଛରେ ପକାଇବାକୁ ପଡ଼ିଥିଲା, ଯିଏ ୨୦୦୮ରେ ୩୭ ବଲରେ ଶତକ ହାସଲ କରିଥିଲେ। ମଜାର କଥା ହେଲା, ସେତେବେଳେ ବୈଭବ ସୂର୍ଯ୍ୟବଂଶୀଙ୍କର ଜନ୍ମ ମଧ୍ୟ ହୋଇନଥିଲା। ତେବେ ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତ ଶତକ କ୍ରିସ ଗେଲଙ୍କ ନାମରେ ରହିଛି, ଯିଏ ୩୦ ବଲରେ ଏହି କାରନାମା କରିଥିଲେ।