Odisha Link
Bridging the Missing Links in Odisha

ଅବସର ପୂର୍ବରୁ ମାଡିବସିଲା ଭିଜିଲାନ୍ସ, ମୁଖ୍ୟଯନ୍ତ୍ରୀଙ୍କ ଘରୁ କୋଟି କୋଟି ଟଙ୍କା ଠାବ

ଓଏଲ୍‌ ବ୍ୟୁରୋ: ଦୁଇ ଦିନ ପରେ ଅବସର ନେଇଥାନ୍ତେ ମୁଖ୍ୟଯନ୍ତ୍ରୀ। ସରିଥିଲା ରିଟାୟରମେଣ୍ଟ ପ୍ଲାନିଂ। ହେଲେ ଠିକ୍ ପୂର୍ବରୁ ମାଡିବସିଲା ଭିଜିଲାନ୍ସ। ଆୟରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ। ବାବୁଙ୍କ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କର ଉଡ଼ିଯାଇଛି ହୋସ୍। ଜଳକା ହୋଇ ରହିଛନ୍ତି ଭିଜିଲାନ୍ସ ଅଧିକାରୀ। କାରଣ ବାବୁଙ୍କ ଘରୁ ନଗଦ ମିଳିଛି ପାଖାପାଖି ଦୁଇ କୋଟି ଟଙ୍କା। ବାବୁଙ୍କ ଘରେ ଟଙ୍କା ଗଣି ଗଣି ହାଲିଆ ହୋଇଛି ଭିଜିଲାନ୍ସ। ଶେଷରେ ଟଙ୍କା ଗଣିବା ପାଇଁ ଟଙ୍କା ଗଣା ମେସିନ ଆସିଛି । ବାବୁଙ୍କ ଏତେ ଟଙ୍କା ଯେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ୫ ଶହ ଟଙ୍କିଆ ନୋଟ୍ ବିଡାକୁ ଝରକା ଦେଇ ବାହାରକୁ ଫିଙ୍ଗି ଦେଲେ ବାବୁଙ୍କ ସଂପର୍କୀୟ। ବାବୁଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାଯାଇଛି।