ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଗୋଟିଏ ସିଟିଂରେ ହେବ ନିଟ୍-ପିଜି ପରୀକ୍ଷା

ଓଏଲ୍ ବ୍ୟୁରୋ: ନିଟ୍-ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏଣିକି ଗୋଟିଏ ସିଟିଂରେ ହିଁ ହେବ ନିଟ୍-ପିଜି ପରୀକ୍ଷା। ନିଟ୍-ପିଜି ପରୀକ୍ଷା ମାମଲାର ତ୍ଵରିତ ଶୁଣାଣି କରି NBTକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ୨ଟି ସିଟିଂରେ ପରୀକ୍ଷା କରିବାକୁ NBTର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୨ଟି ସିଟିଂରେ ପରୀକ୍ଷାକୁ ଭୁଲ୍ ଦର୍ଶାଇଲେ ସର୍ବୋଚ୍ଚ କୋର୍ଟ। ଛାତ୍ରଛାତ୍ରୀଙ୍କୁ ସମାନ ପରିବେଶର ସୁଯୋଗ ମିଳିବା ଉଚିତ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ପୂର୍ବ ନିର୍ଦ୍ଧାରିତ ଜୁନ୍ ୧୫ ତାରିଖରେ ନିଟ୍-ପିଜି ପରୀକ୍ଷା ହେବ।