Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼: ମହାପ୍ରଭୁଙ୍କ ସ୍ୱତନ୍ତ୍ର ରାଜେନ୍ଦ୍ର ଅଭିଷେକ ନୀତି

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ରାଜେନ୍ଦ୍ର ଅଭିଷେକ ନୀତି। ଆଜି ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦଶମୀ ଅବସରରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୁପ ନୀତି ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ରୁକ୍ମଣୀ ହରଣ ଏକାଦଶୀ ପୂର୍ବରୁ ଆଜି ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ରାଜେନ୍ଦ୍ର ଅଭିଷେକ ନୀତି କରାଯାଇଥାଏ।

ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ମଦନମୋହନ ଆଂଜ୍ଞାମାଳ ପ୍ରାପ୍ତି ପରେ ଭୋଗ ଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କର ଆଲଟ ଲାଗି ସହ ପଣା ଭୋଗ ଅନୁଷ୍ଠିତ ହୋଇଥାଏ।

ଭୋଗ ବାଟ ଠାରେ ବଚନିକା ହେବା ସହ ପରବର୍ତ୍ତୀ ସମୟରେ ମଦନମୋହନ ରଥକୁ ବିଜେ କରିଥାନ୍ତି। ଏହାପରେ ରଥ ବେଢା ପରିକ୍ରମା କରିସାରିବା ପରେ ମହାପ୍ରଭୁଙ୍କ ନିକଟରେ ଦଣ୍ଡ ପ୍ରଣାମ କରିବାର ଵିଧି ରହିଅଛି। ଆଜି ଏହି ସବୁ ବିଶେଷ ନୀତି ରହିଥିବା ହେତୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି।