Odisha Link
Bridging the Missing Links in Odisha

ହାତ ଛାଡ଼ିଲେ ବାପି ସର୍ଖେଲ; ମୋନିଦୀପାଙ୍କୁ ନୂଆ ଦାୟିତ୍ବ ଦେଲା ବିଜେଡି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରା ପରି ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ବିଭିନ୍ନ ରାଜନୈତିକ ଦଳ ଆପଣାଉଛନ୍ତି ନୂଆ ନୂଆ ରଣନୀତି। ଏହାରି ମଧ୍ୟରେ ବିଜେଡିରେ ଯୋଗଦେଇଥିବା ମୋନିଦୀପା ସର୍ଖେଲଙ୍କୁ ବିଜୁ ଜନତା ଭରସା କରି ନୂଆ ଦାୟିତ୍ୱ ଦେଇଛି। ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ମିଳିଛି। ମୋନିଦୀପା ସର୍ଖେଲ ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ। ପରେ ବାପି ସର୍ଖେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।