ରାଜ୍ୟରେ ପ୍ରଚଣ୍ଡ ତାତି; ୪୩ ଡିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା

ଓଏଲ୍ ବ୍ୟୁରୋ: ପ୍ରଚଣ୍ଡ ତାତିରେ ଜଳିଲା ସାରା ରାଜ୍ୟ। ଗ୍ରୀଷ୍ମ ପ୍ରବାହ କାରଣରୁ ଅସମ୍ଭାଳ ହୋଇଛି ତାତି। ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବା ଆଶଙ୍କା କରାଯାଉଥିବାବେଳେ ଭୁବନେଶ୍ୱର ତାପମାତ୍ରା ଚିନ୍ତାର ବିଷୟ ପାଲଟିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦିନ ସାଢ଼େ ୨ଟାରେ ଭୁବନେଶ୍ୱରରେ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେହିଭଳି ଝାରସୁଗୁଡ଼ାରେ ୪୨.୬, ବାଲେଶ୍ୱରରେ ୪୨.୨, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୪୧.୨, କେନ୍ଦୁଝରରେ ୪୦.୯ ଏବଂ ରାଉରକେଲାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସକାଳ ସାଢେ ୮ଟାରେ ତାଳଚେରରେ ସର୍ବାଧିକ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିଭଳି ଅନୁଗୁଳରେ ୩୫ ଡିଗ୍ରୀ, ବାଲେଶ୍ୱରରେ ୩୫ ଡିଗ୍ରୀ, ଜଗତସିଂହପୁରରେ ୩୫.୮ ଡିଗ୍ରୀ, ଭବାନୀପାଟଣାରେ ୩୪ ଡିଗ୍ରୀ, ନୟାଗଡରେ ୩୪ ଡିଗ୍ରୀ, ବାରିପଦାରେ ୩୪ ଡିଗ୍ରୀ, ହୀରାକୁଦରେ ୩୩.୬ ଡିଗ୍ରୀ, ରାଉରକେଲାରେ ୩୩.୬ ଡିଗ୍ରୀ, ଭୁବନେଶ୍ୱରରେ ୩୩.୪ ଡିଗ୍ରୀ, ସମ୍ବଲପୁରରେ ୩୩.୨ ଡିଗ୍ରୀ, ଟିଟିଲାଗଡ଼ରେ ୩୩.୨ ଡିଗ୍ରୀ, କଟକରେ ୩୩ ଡିଗ୍ରୀ, ଝାରସୁଗୁଡାରେ ୩୨.୬ ଡିଗ୍ରୀ, କେନ୍ଦୁଝରରେ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି।