Odisha Link
Bridging the Missing Links in Odisha

ବଡ଼ ଖବର: ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଓଏଲ୍‌ ବ୍ୟୁରୋ:ଦଶମ ପରୀକ୍ଷା ଫଳକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ରବିବାର ଦିନ ୧୦.୩୦ରେ ପ୍ରକାଶ ପାଇବ ରେଜଲ୍ଟ। ୧୧.୩୦ରେ ୱେବସାଇଟରେ ଛାତ୍ରଛାତ୍ରୀ ଦେଖିପାରିବେ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ଡିଜିଟାଲ ସାର୍ଟିଫିକେଟ୍ ଛାତ୍ରଛାତ୍ରୀ ଡାଉନଲୋଡ କରିବେ। ଛାତ୍ରଛାତ୍ରୀ ମାନେ http://www.bseodisha.ac.in/ ୱେବସାଇଟରେ ଛାତ୍ରଛାତ୍ରୀ ଦେଖିପାରିବେ ପରୀକ୍ଷା ଫଳ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଜାରି ହୋଇଛି।