ହୁତୁହୁତୁ ହୋଇ ଜଳିଗଲା କାର୍

ଭଣ୍ଡାରିପୋଖରୀ: ରାଜପଥରେ ଜଳି ଯାଇଛି କାର୍। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ପୁରୀପଡା ଛକ ନିକଟରେ କାରରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। କାରଟି ଷଠିପୁରରୁ ଭଦ୍ରକ ଆସୁଥିବାବେଳେ ବନ୍ଦ ହୋଇଯାଇଥିଲା।
କାରର ଡ୍ରାଇଭର ଇଞ୍ଜିନ ସଜାଡ଼ିବା ପାଇଁ କାରର ବ୍ୟାଟେରୀ ଖୋଲୁଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଧୀରେ ଧୀରେ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। କାରର ସମସ୍ତ ଯାତ୍ରୀ ଗାଡିରୁ ବାହାରିଯାଇଥିବାରୁ ସୁରକ୍ଷିତ ଥିବା ସୂଚନା ମିଳିଛି। ରାଜପଥରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ହୋଇଥିବାବେଳେ ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତାୟାତକୁ ସ୍ବାଭାବିକ କରିଛି।