ନିର୍ବାଚନ ୨୦୨୪: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟର ସଂଖ୍ୟା ସର୍ବାଧିକ

ଓଏଲ୍ ବ୍ୟୁରୋ: ଚଳଚଞ୍ଚଳ ରାଜ୍ୟ ରାଜନୀତି। ଶେଷ ପର୍ଯ୍ୟାୟରେ ପହଂଚିଛି ୨୦୨୪ ମହାଲଢ଼େଇ। ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ଶେଷ ହେଲା ପ୍ରଚାର। ରାତି ପହିଲେ ପଡ଼ିବ ଭୋଟ। ବିଭିନ୍ନ ବୁଥ ଅଭିମୁଖେ ପୋଲିଂ ପାର୍ଟି। ଓଡ଼ିଶାର ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର। ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ୬ଟି ସଂସଦୀୟ କ୍ଷେତ୍ର ଯଥା-ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ଆସନ୍ତାକାଲି ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରାଜ୍ୟରେ ରହିଛନ୍ତି। ଏହି ପର୍ଯ୍ୟାୟରେ ୯୯.୬୧ ଲକ୍ଷ ଭୋଟର ମତଦାନ କରିବେ। ସେଥିମଧ୍ୟରେ ୫୦.୮୮ଲକ୍ଷ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୪୮.୭୨ ଲକ୍ଷ ଏବଂ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ୬୦୮୭ ରହିଛି।
ରାଜ୍ୟର ୧୦ ହଜାର ୮୮୨ ଟି ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ। ୧୪ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ଆଦର୍ଶ ବୁଥ୍ ରହିଛି। ନିର୍ବାଚନ କାର୍ଯ୍ୟରେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ। ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ ରାଜ୍ୟରେ ମଇଦାନରେ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି। ସେଥିମଧ୍ୟରେ ୩୯୪ ବିଧାନସଭା ପ୍ରାର୍ଥୀ ଏବଂ ୬୬ ଲୋକସଭା ପ୍ରାର୍ଥୀ ରହିଛନ୍ତି। ସିଏପିଏଫର ୧୨୫ କମ୍ପାନୀ ସୁରକ୍ଷା କାର୍ଯ୍ୟରେ ମୁତୟନ ହେବେ। ପିଡବ୍ଲୁଡି ପକ୍ଷରୁ ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି। ପୋଲିଂ ବୁଥ୍କୁ ମୋବାଇଲ ଫୋନ୍ ନେବାକୁ ମନା କରାଯାଇଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ଏଜେଣ୍ଟ ଓ ଭୋଟର ବୁଥ୍କୁ ମୋବାଇଲ ନେଇ ପାରିବେ ନାହିଁ।
ଶେଷ ପର୍ଯ୍ୟାୟରେ ବିଧାନସଭାର ୩୯୪ଜଣ ଓ ଲୋକସଭାର ୬୬ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି। ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ଦେବେ ଭୋଟର। ସେମାନଙ୍କ ମଧ୍ୟରୁ ୫୦.୮୮ଲକ୍ଷ ପୁରୁଷ ଓ ୪୮.୭୨ଲକ୍ଷ ମହିଳା ଓ ୬୮୭ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।
ଅନ୍ତିମ ପର୍ଯ୍ୟାୟ ମତଦାନରେ ମୋଟ ୭୨ହଜାର ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ସ୍ୱେଚ୍ଛାସେବୀ ଓ ଆଶାକର୍ମୀ ନିୟୋଜିତ ହୋଇଛନ୍ତି। ଏହି ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୩୪୬୨ଟି ବାଲାଟ ୟୁନିଟ୍ ଓ ବିଧାନସଭା ପାଇଁ ୧୪୧୨୨ଟି ବାଲାଟ୍ ୟୁନିଟର ବ୍ୟବସ୍ତା ହୋଇଛି। ୧୪୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କରାଯିବ ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି।
ଶ୍ରୀ ଧଳ ଆହୁରି କହିଛନ୍ତି, ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ରାଜ୍ୟର ୮ଟି ଜିଲ୍ଲା ଅନ୍ତର୍ଗତ ରହିଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୨୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ପୁରୀ ଜିଲ୍ଲାର ୨ଟି ବିଧାନସଭା କ୍ଷେତ୍ରରେ ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।