Odisha Link
Bridging the Missing Links in Odisha

ମୁକୁଳା ଡ୍ରେନ୍‌ ନେଲା ନାବାଳଙ୍କ ଜୀବନ, ବର୍ଷା ପାଣିରେ ଭାସି ଯାଇଥିଲେ

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା। ମୁକୁଳା ଡ୍ରେନ୍‌ ନେଲା ନାବାଳକଙ୍କ ଜୀବନ। ମୁକୁଳା ଡ୍ରେନରେ ଭାସିଯାଇଥିବା ଶିଶୁର ମୃତ୍ୟୁ। ଡ୍ରେନରୁ ଉଦ୍ଧାର ହେବା ପରେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ଭର୍ତ୍ତି। କ୍ୟାପିଟାଲ ହସ୍ପିଟାଲରେ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର। ପ୍ରବଳ ବର୍ଷାରେ ଡ୍ରେନର ପାଣିରେ ଆଜି ଶିଶୁଟି ଭାସିଯାଇଥିଲା।

ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ସେହି ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ଡ୍ରେନ୍‌ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ମୁକୁଳା ଡ୍ରେନ୍‌ରେ ବେଲୁନ୍‌ ଭାସି ଭାସି ଯାଉଥିଲା। ସେହି ବେଲ୍‌ନକୁ ଆଣିବା ପାଇଁ ଏସ୍‌କେ ରାଜେଶ୍‌ ଓ ତାଙ୍କର କିଛି ସାଥୀମାନେ ଡ୍ରେନ୍‌ ଭିତରକୁ ଯାଇଥିଲା। ବେଲୁନ୍‌ ଆଣୁଥିବା ବେଳେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସି ଯାଇଥିଲେ ଏସ୍‌କେ ରାଜେଶ।

ପରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନ୍‌ ପାଖରେ ପହଞ୍ଚି ଥିଲେ। ପିଲାକୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ପ୍ରାୟ ଘଣ୍ଟାଏ ପରେ ଡ୍ରେନ୍‌ର ଓଷ୍କାର ସିଟି ପାଖରୁ ଚେତାଶୂନ୍ୟ ଅବସ୍ଥାରେ ରାଜେଶଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ପରେ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପହଞ୍ଚିଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ ଓ କାଉନ୍‌ସିଲର।