Odisha Link
Bridging the Missing Links in Odisha

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ବାତିଲ ହେଲା ୨ଟି ପାସେଞ୍ଜର ଟ୍ରେନ୍‌

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି। ରାତି ୧ଟା ୩୫ରେ ଲାଇନ୍‌ଚ୍ୟୁତ ନେଇ ରେଲୱେ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଛି। ବର୍ତ୍ତମାନ ଉଭୟ ଡାଉନ୍‌ ଓ ଅପ୍‌ ଲାଇନ୍‌ରେ ପୁଣି ଚଳାଚଳ ଆରମ୍ଭ ହୋଇଛି। ଆଜି ପାଇଁ ୨ଟି ଟ୍ରେନ୍‌ ବାତିଲ ହୋଇଛି। ପଲାସା-କଟକ, ପୁରୀ-କଟକ ପାସେଞ୍ଜର ବାତିଲ କରାଯାଇଛି।