ଜେଲ ଗଲେ ଆଶୀର୍ବାଦ

ଭୁବନେଶ୍ବର: ଜେଲ ଗଲେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଆର୍ଶୀବାଦ ବେହେରାଙ୍କ ଜାମିନ ଆବେଦନକୁ ସିବିଆଇ ସିଜେଏମ କୋର୍ଟରେ ଖାରଜ ହୋଇଛି। ଫଳରେ ଜେଲ ଗଲେ ଆଶୀର୍ବାଦ। ଅକ୍ଟୋବର ୧ଯାଏଁ ବିଚାର ବିଭାଗୀୟ ହାଜତରେ ଆର୍ଶୀବାଦ ରହିବେ ବୋଲି ସୂଚନା ମିଳିଛି।
ଆଜି ସକାଳ ୭ଟା ସମୟରେ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା ସିବିଆଇ। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା।