୨୩୮୦ ଗାଁକୁ ନାହିଁ ରାସ୍ତା ସୁବିଧା, ଅପହଞ୍ଚରେ ପହଞ୍ଚିବାକୁ ସରକାରଙ୍କ ବ୍ୟବସ୍ଥା

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ପଞ୍ଚମ କାର୍ଯ୍ୟ ଦିବସ। ଗତକାଲି ବଜେଟ ଉପସ୍ଥାପନା ହୋଇଥିବାବେଳେ ଆଜି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରିଥିବାବେଳେ ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖୁଛନ୍ତି। ତେବେ ଗମନାଗମନ ପ୍ରସଙ୍ଗ ନେଇ ଅପହଞ୍ଚରେ ରାସ୍ତା ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୨୩୮୦ ଗାଁକୁ ରାସ୍ତା ସୁବିଧା ନାହିଁ। ରାଜ୍ୟର ଅନେକ ଗାଁକୁ ଏବେବି ରାସ୍ତା ସୁବିଧା ନାହିଁ। ସରକାର ଏନେଇ ଚିନ୍ତା ପ୍ରକଟ କରିବା ପରେ ରାସ୍ତା ସଂଯୋଗ ନେଇଁ ନିଷ୍ପତି ନେଇଛନ୍ତି। ମୟୁରଭଞ୍ଜର ୫୮ ଗାଁରେ ରାସ୍ତା ସୁବିଧା ନାହିଁ। କନଭରଜେନ୍ସ ଯୋଜନା ଜରିଆରେ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ତା କରାଯାଇଥିବା ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ।