Odisha Link
Bridging the Missing Links in Odisha

ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ

ଓଏଲ୍‌ ବ୍ୟୁରୋ: ଓଡିଶା ବିଧାନସଭା ଅଧିବେଶନର ପ୍ରଶ୍ନକାଳ ଜାରି ରହିଛି। ଗତ କିଛି ଦିନ ହେବ ବିରୋଧୀଙ୍କ ଲଗାତାର ହଟ୍ଟଗୋଳରେ ଗୃହ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିଲା। କଂଗ୍ରେସ ବିଧାୟକଙ୍କ ଘଣ୍ଟ ସବ୍ଧରେ ଗୃହ ଅଚଳ ହୋଇପଡ଼ିଥିଲା। ବାଚସ୍ପତି ବାଧ୍ୟ ହୋଇ କଂଗ୍ରେସର ୧୪ ବିଧାୟକଙ୍କୁ ନିଲମ୍ବିତ କରିଥିଲେ। ତେବେ ନିଲମ୍ବନ ପରେ ଏବେ ବି କଂଗ୍ରେସ ବିଧାୟକ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି।

ନିଲମ୍ବିତ କଂଗ୍ରେସ ବିଧାୟକ ଅଭିନବ ପ୍ରତିବାଦ କରିଛନ୍ତି। ପୂଜାର୍ଚ୍ଚନା କରି କଂଗ୍ରେସ ବିଧାୟକ ପ୍ରତିବାଦ କରିଥିବା ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି। ଶିବ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ନିଲମ୍ବିତ କଂଗ୍ରେସ ବିଧାୟକ। ତେବେ କଂଗ୍ରେସ ବିଧାୟକଙ୍କ ବିନା ଗୃହ କାର୍ଯ୍ୟ ଜାରି ରହିଛି।