ନକଲି ୱାସିଂ ପାଉଡର କାରଖାନା ଠାବ, ବ୍ୟବହାର ହେଉଥିଲା ନାମୀଦାମୀ କମ୍ପାନୀର ଲୋଗୋ

ଓଏଲ୍ ବ୍ୟୁରୋ: ପ୍ରଥମେ ଦୁଗ୍ଧରେ ଅପମିଶ୍ରଣ, ଏକ ନକଲି ଘିଅ କାରଖାନା ଓ ଭୁବନେଶ୍ୱର ନକଲି କଲ ସେଣ୍ଟର, ନକଲି ସିମେଣ୍ଟ କାରଖାନା ପରେ କଟକରେ ଏବେ ନକଲି ୱାସିଂ ପାଉଡର କାରଖାନା ଠାବ ହୋଇଛି। ଅପମିଶ୍ରଣ ସହ ବ୍ରାଣ୍ଡେଡ୍ କଂପାନୀ ନାଁରେ ତିଆରି କରି ବିକୁଥିଲେ। ଚଢ଼ାଉ କରିବା ସହ କାରଖାନା ମାଲିକଙ୍କୁ ଗିରଫ କରାଯାଇଛି। ନାମୀଦାମୀ କମ୍ପାନିର ଲୋଗୋ ବ୍ୟବହାର କରି ବିକ୍ରି କରୁଥିଲେ।