ଚଳିତ ମାସରେ ଆସିବ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବିଜ୍ଞପ୍ତି, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ଜମିମାଲିକଙ୍କୁ ଆଶ୍ଵସ୍ତି। ଚଳିତ ମାସରେ ଆସିବ ପାର୍ଟ ପ୍ଲଟ୍ ବିକ୍ରି ନେଇ ବିଜ୍ଞପ୍ତି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ରାଜସ୍ବ ମନ୍ତ୍ରୀ କହିଛନ୍ତି, ଚୂଡ଼ାନ୍ତ ପର୍ଯ୍ୟାୟରେ ପାର୍ଟ ପ୍ଲଟ୍ ବିକ୍ରି ଅନୁମତି ପ୍ରକ୍ରିୟା ପହଞ୍ଚିଛି। ପାର୍ଟ ପ୍ଲଟ୍ ବିଷୟ ନଗର ଉନ୍ନୟ ବିଭାଗ ପାଖରେ ରହିଛି। ଡ୍ରାଫ୍କୁ ଆହୁରି ଅଧ୍ୟୟନ କରୁଛି ରାଜସ୍ବ ବିଭାଗ ଏନେଇ ଅଂଶୀଦାରମାନଙ୍କ ସହ ଆଲୋଚନା ଚାଲିଛି। ଚଳିତ ମାସରେ ସାର୍ବଜନୀନ କରି ବିଜ୍ଞପ୍ତି ପ୍ରକାଶ ପାଇବ।