Odisha Link
Bridging the Missing Links in Odisha

ବଦଳିବ ଭୂମିହୀନ ସଂଜ୍ଞା: ବଡ଼ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ବଦଳିବ ଭୂମିହୀନ ସଂଜ୍ଞା। ଏଣିକି ୪ ଡିସିମିଲ୍‌ରୁ କମ୍‌ ଜମି ଥିଲେ ଭୂମିହୀନ। ୪ ଡିସିମିଲ୍‌ରୁ କମ୍‌ ଥିଲେ ଭୂମିହୀନ ଭାବେ ଗଣାଯିବେ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ କେହି ରହିବେନି ଭୂମିହୀନ ଓ ବାସହୀନ। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ। ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।