Odisha Link
Bridging the Missing Links in Odisha

ହଂକଂରେ ବୃଦ୍ଧି ପାଉଛି କରୋନା ମାମଲା, DGHSଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଓଏଲ୍‌ ବ୍ୟୁରୋ: ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ। ହଂକଂ,ଥାଇଲାଣ୍ଡ ଓ ସିଙ୍ଗାପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି। ୭ ଦିନ ଭିତରେ ଭାରତରେ ୫୭ ଜଣ ନୂଆ କୋଭିଡ ରୋଗୀ ଚିହ୍ନଟ ହେବା ପରେ ସତର୍କରେ ସରକାର। DGHSଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ କରାଯିବ।

ସୂଚନା ଅନୁସାରେ, ସିଙ୍ଗାପୁରରେ କରୋନାର ପ୍ରଜାତି ଜେଏନ ଡଟ ୱାନର ଦୁଇଟି ପ୍ରଜାତି ଏଲଏଫ.୭ ଓ ଏନବି.୧.୮ରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ଏହା ଅଧିକ ସଂକ୍ରାମକ ଓ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ କମ କରୁଛି। ଏଲଏଫ ଡଟ୍ ସେଭେନ ଓମିକ୍ରନର ଏକ ଉପପ୍ରଜାତି। ନୂଆ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି ଯାହା ପୂର୍ବରୁ ଦେଖିବାକୁ ମିଳୁଥିଲା। ଥଣ୍ଡା,ଜ୍ବର, ଥକ୍କାପଣ ପରି ଲକ୍ଷଣ ପ୍ରକାଶ ପାଇଛି।

ସେହିପରି ଏନବି ୱାନ ଉପପ୍ରଜାତି ଆମେରିକା, ୟୁରୋପ, ଏସିଆ ଦେଶରେ ଅଧିକ ପ୍ରଭାବ ବିସ୍ତାର କରୁଛି। ଏଥିରେ ସଂକ୍ରମିତଙ୍କ ନିକଟରେ ଗଳା ଦରଜ, ମୁଣ୍ଡ ବ୍ୟଥା ଓ ଦୀର୍ଘଦିନ ଧରି କାଶ ପରି ସମସ୍ୟା ଦେଖାଯାଉଛି।