Odisha Link
Bridging the Missing Links in Odisha

ବର୍ଷା ସତର୍କତା: ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ SRC

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଦଳିଛି ପାଗ। ମୌସୁମୀ କେରଳ ସ୍ପର୍ଶ କରିଥିବାବେଳେ ଆଜି ପଶ୍ଚିମ କେନ୍ଦ୍ରୀୟ ଓ ତାର ପା‍ର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଉ ଦୁଇ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା। ଏହାର ପ୍ରଭାବରେ ଭୀଷଣ ବର୍ଷା ଆଶଙ୍କା ରହିଛି। ଯାହାକୁ ନେଇ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରିଛି।

ରାଜ୍ୟରେ ବର୍ଷା ସତର୍କତା ନେଇ ଜିଲ୍ଲାପାଳମାନଙ୍କୁ SRC ଚିଠି ଲେଖିଛନ୍ତି। ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ SRC ନିର୍ଦ୍ଦେଶ ଦେଇଛନ୍ତି। ଆଜି ସୃଷ୍ଟି ହେବାକୁ ଥିବା ଲଘୁଚାପ ନେଇ ସତର୍କ କରାଇଛନ୍ତି। ବଜ୍ରପାତ ଅଘଟଣ ଏଡ଼ାଇବାକୁ ଲୋକଙ୍କୁ ସଚେତନ କରିବାକୁ କହିଛନ୍ତି। କ୍ଷୟକ୍ଷତି ବାବଦରେ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।