Odisha Link
Bridging the Missing Links in Odisha

ସ୍ନାନ କରିବେ ମହାପ୍ରଭୁ, ଅପେକ୍ଷାରେ ୧୦୮ ଗରା ସୁବାସିତ ଜଳ

ଓଏଲ୍‌ ବ୍ୟୁରୋ: ଲୋକାରଣ୍ୟ ବଡ଼ଦାଣ୍ଡ। ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ବିଜେ ହେଲେ ଚତୁର୍ଦ୍ଧା ମୂର୍ତ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼। ଆଜି ଚାରି ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ସ୍ନାନ ବେଦି ଉପରେ ଅନୁଷ୍ଠିତ ହେଉଛି ମନ୍ଦିର ଭିତରେ ହେଉଥିବା ନୀତିକାନ୍ତି। ସକଳ ଭକ୍ତ ସନ୍ଦର୍ଶନ କରୁଛନ୍ତି ସେସବୁ ନୀତି। ସମସ୍ତ ନୀତି ଶେଷ ପରେ ସୁବାସିତ ଜଳରେ ସ୍ନାନ କରିବେ ଠାକୁର।

ଜ୍ୟେଷ୍ଠ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଥିବାବେଳେ ଶୃଙ୍ଖଳିତ ଦର୍ଶନ କରିବା ନେଇ ପୁଲିସ ବିଭାଗ ପକ୍ଷରୁ ସୁରକ୍ଷା କରାଯାଇଛି। ସ୍ନାନ ପୂର୍ଣ୍ଣିମାରେ ପୁରୀରେ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସହ ୪ ଜଣ ଏସପି ରାଙ୍କ କମାଣ୍ଡାଣ୍ଟ, ୪୫୦ ଅଧିକାରୀ ମଧ୍ୟ ମୁତୟନ ହୋଇଛନ୍ତି ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇ ଥିବା ଆଇଜି ମତ ରଖିଛନ୍ତି। ପୁରୀର ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯାଉଥିବା ବେଳେ ବୈଠକରେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧକ୍ଷତା କରିଥିବା ବେଳେ ବୈଠକରେ ପୁରୀ ଏସପି ଭିନୀତ ଅଗ୍ରୱାଲଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ। ଭିଡ ନିୟନ୍ତ୍ରଣ ଏବଂ ସୁରକ୍ଷା ଦୃଷ୍ଟିରୁ ବଡ ଦାଣ୍ଡରେ ଏଆଇ ନିୟୋଜିତ କରାଯାଇଛି।