ମୋଦକ ଚୋରି ଘଟଣାରେ ପ୍ରାରମ୍ଭିକ ତଦନ୍ତ ଅନୁସାରେ ସତ୍ୟତା ନାହିଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଏଲ୍ ବ୍ୟୁରୋ: ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ଜୋରସୋରରେ ପ୍ରସ୍ତୁତ ଚାଲିଥିବାବେଳେ ଏକ ବଡ ଖବର ସାମ୍ନାକୁ ଆସିଛି। ମହାପ୍ରଭୁଙ୍କ ପାଇଁ ଆସିଥିବା ମୋଦକ ମଣିମାଙ୍କୁ ଲାଗି ହେବା ପୂର୍ବରୁ ହିଁ ତାହା ଚୋରି ହେଇଗଲା। ଆଉ ଶେଷରେ ମାରା ମୋଦକ ମହାପ୍ରଭୁଙ୍କୁ ଲାଗି ହେଲା। ଗାରଦ ଘରୁ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଥିବା ଅଭିଯୋଗ ଆସିଛି।
ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରାରମ୍ଭିକ ତଦନ୍ତ ଅନୁସାରେ ଘଟଣାର ସତ୍ୟତା ନାହିଁ। ଦଇତାପତି ସମ୍ପାଦକ ୩୧୩ ଦଶମୂଳ ମୋଦକ ନେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ବା ଗାରଦର କେହି ସ୍ପର୍ଶ କରିନାହାନ୍ତି। ଘଟଣାର ଆହୁରି ଦତନ୍ତ କରିବୁ। ସିସିଟିଭି ଯାଞ୍ଚ କରିବୁ। କେହି ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ହେବ। ଠାକୁରଙ୍କ ଗୁପ୍ତନୀତି ହୋଇଥିବାରୁ ବାହାରେ ପ୍ରକାଶ କରିବା ଅନୁଚିତ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
ସୂଚନା ଅନୁସାରେ, ଅଣବସର ଦଶମୀରେ ରାଜବୈଦ୍ୟ ପ୍ରଦାନ କରିଥିବା ଦଶମୂଳ ମୋଦକ ଲାଗି ପୂର୍ବରୁ ଚୋରି କରାଯାଇଥିବା ଅଭିଯୋଗ ଆସିଛି। ଶ୍ରୀବିଗ୍ରହଙ୍କୁ ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଛି। ହେଲେ କିଭଳି ଏହି ମାରା ମୋଦକ ମହାପ୍ରଭୁଙ୍କ ଲାଗିହେଲା ସେ ନେଇ ପ୍ରଶ୍ନ ଉଠିଛି। ଏନେଇ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ଚିଠି ଲେଖି ଅବଗତ କରାଇବା ସହ ମାରା ମୋଦକ ଚୋରି ନେଇ ଅଭିଯୋଗ ଆଣିଛନ୍ତି।
ମାରା ହୋଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ସମର୍ପିତ ହେଲା ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ହଳଧର। ଅନବସର ଏକାଦଶୀ ଦିନ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ସେବାରେ କବିରାଜ ସେବକ ଭକ୍ତମାନେ ମୋଦକ ଆଣି ଶ୍ରୀମନ୍ଦିର ଗାରଦ କାର୍ଯ୍ୟାଳୟରେ କମାଣ୍ଡରଙ୍କ ତତ୍ବାବଧାନରେ ଜମା ଦେଇ ଥାଆନ୍ତି। କିନ୍ତୁ ଦୁଃଖର ବିଷୟ ମହାପ୍ରଭୁଙ୍କ ଭୋଗ ନିମନ୍ତେ ମୋଦକ ମଣତି ନେଇ ନେବା ସମୟରେ ମୂର୍ତ୍ତି ୩୧୩ ଅମୁଣିଆ ମୋଦକରୁ ମୃତି ୭୦ କମ୍ ଥିଲା। ଏହି ମାରା ହୋଇଥିବା ମୋଦକ ମହାପ୍ରଭୁଙ୍କୁ ମୂର୍ତ୍ତି ମୂଳ କିପରି କରାଗଲା। ଏହି ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି।