ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଉପବାସ କରିବେ ଏହି ବଲିଉଡ୍ ସେଲିବ୍ରିଟି

ମୁମ୍ବାଇ: ଚଳିତ ମାସ ଅକ୍ଟୋବର ୧୭ରେ କରୱାଚୌଥ ବ୍ରତ ପଡୁଛି । ହିନ୍ଦୁ ମହିଳାଙ୍କ ପାଇଁ ଏହା ଏକ ବିଶେଷ ବ୍ରତ। କାରଣ ବିବାହିତାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ କାମନା କରି ଉପବାସ କରି ଥାଆନ୍ତି। କିଛି ବଲିଉଡ୍ ସେଲିବ୍ରିଟି ରିୟଲ ଲାଇଫରେ ପ୍ରଥମ ଥର କରୱାଚୌଥ ବ୍ରତ ପାଳନ କରିବାକୁ ଯାଉଛନ୍ତି। ଗତ ବର୍ଷ ନଭେମ୍ବର ୧୪-୧୫ରେ ଦୀପିକା ପାଦୁକୋନ ଓ ରଣବୀର ସିଂ ବିବାହ କରିଥିଲେ । ଏବେ ଦୀପିକା ପ୍ରଥମ କରି କରୱାଚୌଥ ବ୍ରତ କରିବେ । ସେମିତି ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ପ୍ରଥମ ଥର ସ୍ବାମୀ ନିକ୍ ଜୋନସ୍ଙ୍କ ଦୀର୍ଘ ଜୀବନ କାମନା ପାଇଁ କରୱାଚୌଥ ବ୍ରତ ପାଳନ କରିବେ।
କମେଡି କିଙ୍ଗ କପିଲ ଶର୍ମାଙ୍କ ପତ୍ନି ଗିନ୍ନିଙ୍କର ମଧ୍ୟ ଏହା ପ୍ରଥମ କରୱାଚୌଥ। କପିଲ ଗତ ଡିସେମ୍ବରରେ ବିବାହ କରିଥିଲେ। ଚଳିତ ବର୍ଷ ନୁସରତ ଜହାଁ ଓ ନିଖିଲ ଜୈନଙ୍କ ବିବାହହୋଇଥିଲା ଓ ନୁସରତ ହିନ୍ଦୁ ରୀତିନୀତି ଅନୁଯାୟୀ କରୱାଚୌଥ ପାଳନ କରିବେ। ପୂଜା ବତ୍ରା ଓ ନବାବ ଶାହଙ୍କ ଚଳିତ ବର୍ଷ ବିବାହ କରିଥିଲେ ଓ ପୂଜା ମଧ୍ୟ କରୱାଚୌଥ କରିବେ ବୋଲି ସୂଚନା ମିଳିଛି ।