ଫେସ୍ ଅଫ୍ ଏସିଆ ଆୱାର୍ଡରେ ସମ୍ମାନିତ ହେଲେ ଏହି ଅଭିନେତ୍ରୀ

ଭୁବନେଶ୍ବର ବଲିଉଡର ଚୁଲବୁଲି ଅଭିନେତ୍ରୀ ହେଉଛନ୍ତି ଭୂମି ପେଡ଼ନେକର । ସେ ଜଣେ ମୋଟୀ ମହିଳାଙ୍କ ଚରିତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ତାଙ୍କୁ କିଏବା ନ ଜାଣେ। ଟଏଲେଟ୍, ଶୁଭମଙ୍ଗଳ ସାବଧାନ ଆଦି ସିନେମାରେ ଜବରଦସ୍ତ ଆକ୍ଟିଂ କରି ଭୂମି ଖୁବ୍ କମ୍ ସମୟରେ ଦର୍ଶକଙ୍କ ମନରେ ଜାଗା ତିଆରି କରିଦେଇଛନ୍ତି । ତାଙ୍କୁ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ସିନେମା ଫେଷ୍ଟିଭାଲରେ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।
ଭୂମିଙ୍କୁ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବୁସାନ ଇଣ୍ଟରନ୍ୟାସନାଲ ସିନେମା ଫେଷ୍ଟିଭାଲରେ ଫେସ୍ ଅଫ୍ ଏସିଆ ଆୱାର୍ଡରେ ସମ୍ମାନିତ କରାଯାଇଛି। ପୁରସ୍କାର ଜିତିବା ପରେ ଭୂମି କହିଛନ୍ତି ଯେ, ମୋ କାମକୁ ବୁସାନର ଦର୍ଶକ ଓ ଆଲୋଚକ ପସନ୍ଦ କରିଥିବାରୁ ମୁଁ ଅତ୍ୟନ୍ତ ଖୁସି। ଏହା ମୋର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ବିଜୟ ଓ ଆଗକୁ ମୁଁ ଆହୁରି ଯତ୍ନଶୀଳ ହୋଇ କାମ କରିବି।
ଭୂମି ନିଜ ଆଗାମୀ ସିନେମା ଷାଣ୍ଢ କି ଆଖଁ ରେ ବ୍ୟସ୍ତ ଅଛନ୍ତି। ତାଙ୍କ ସହ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିନେମା ମହିଳା ସୁଟରଙ୍କ ଜୀବନୀ ଉପରେ ଆଧାରିତ। ଏହା ଅକ୍ଟୋବର ୨୫ ତାରିଖରେ ପରଦାକୁ ଆସିବ।