ମିସେସ୍ ଇଣ୍ଡିଆ ୟୁନିଭର୍ସ ୱାର୍ଲ୍ଡ ୨୦୧୯ ହେଲେ ଓଡ଼ିଆ ମହିଳା

ଭୁବନେଶ୍ବର: ମରିସସ୍ରେ ଆୟୋଜିତ ମିସେସ୍ ଇଣ୍ଡିଆ ୟୁନିଭର୍ସ ୨୦୧୯ର ଜାତୀୟସ୍ତରୀୟ ଗ୍ରାଣ୍ଡ୍ ଫିନାଲେର ପ୍ଲାଟିନମ ବର୍ଗରେ ଓଡ଼ିଆ ମହିଳା ସେନାଲୀ ରାଜ ମହାନ୍ତି ମିସେସ୍ ଇଣ୍ଡିଆ ୟୁନିଭର୍ସ ୱାର୍ଲ୍ଡ ୨୦୧୯ ଟାଇଟଲ ହାସଲ କରିଛନ୍ତି। ଶ୍ରୀମତୀ ମହାନ୍ତି ଓଡ଼ିଶାର ଜଣେ ମହିଳା ଉଦ୍ୟୋଗପତି ତଥା ସୌନ୍ଦର୍ଯ୍ୟ ବିଶେଷଜ୍ଞ ଭାବେ ପରିଚିତ। ମିସେସ ଇଣ୍ଡିଆ ୟୁନିଭର୍ସ ୨୦୧୯ର ଭୁବନେଶ୍ବର ଅଡିସନ୍ରେ ରାଜ୍ୟର ବିଭିନ୍ନ ସହରରୁ ୬୦ ଜଣ ମହିଳା ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଜାତୀୟସ୍ତରକୁ ଚୟନ କରାଯାଇଥିଲା। ମରିସସ୍ ଠାରେ ଆୟୋଜିତ ଜାତୀୟସ୍ତରୀୟ ମିସେସ୍ ଇଣ୍ଡିଆ ୟୁନିଭର୍ସ ୨୦୧୯ ପ୍ରତିଯୋଗିତାରେ ଭାରତର ବିଭିନ୍ନ ରାଜ୍ୟରୁ ୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।