ମାସେ କୋହଳ ହେଲା ଫାସ୍ଟ୍ୟାଗ୍

ନୂଆଦିଲ୍ଲୀ: ଜାତୀୟ ରାଜପଥର ଟୋଲ୍ ଗେଟ୍ ଗୁଡ଼ିକରେ ଫାସ୍ଟ୍ୟାଗ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ସମୟ ସୀମାକୁ ପୁଣି କେନ୍ଦ୍ର ସରକାର ବଢ଼ାଇଛନ୍ତି। ଦେଶରେ ଫାସଟ୍ୟାଗ୍ ଷ୍ଟିକର ଅଭାବ ଥିବା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜା ଲେନ୍କୁ ଡିସେମ୍ବର ୧ ତାରିଖରୁ ଫାସଟ୍ୟାଗ୍ ଲେନ୍ରେ ପରିଣତ କରିବା ଲାଗି ସରକାର ଘୋଷଣା କରିଥିଲେ। ପରେ କିନ୍ତୁ ଏହାକୁ ଡିସେମ୍ବର ୧୫କୁ ଘୁଞ୍ଚାଯାଇଥିଲା ଏବେ ପୁଣି ଏହି ବ୍ୟବସ୍ଥାକୁ ମାସେ କୋହଳ କରାଯାଇଛି। ଏହି ସମୟ ମଧ୍ୟରେ ଟୋଲ ପ୍ଲାଜାର ୨୫% ଲେନ୍କୁ ଅସ୍ଥାୟୀ ଭାବେ ହାଇବ୍ରିଡ୍ ଲେନ୍ କରିବା ପାଇଁ ନିଷ୍ପତ୍ତି ହୋଇଛି। ଫଳରେ ଏହି ଲେନ୍ରେ ଉଭୟ ଫାଷ୍ଟଟ୍ୟାଗ୍ ସମେତ ଅନ୍ୟ ପେମେଣ୍ଟ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ। ଫାସଟ୍ୟାଗ୍ ଲେନ୍ ଯେଭଳି ୭୫ ପ୍ରତିଶତରୁ କମ୍ ନହୁଏ ତାହାକୁ ନିଶ୍ଚିତ କରିବା ପାଇଁ କୁହାଯାଇଛି।