Odisha Link
Bridging the Missing Links in Odisha

୨ ଶିଶୁଙ୍କୁ ଚାପିଦେଲା ଟ୍ରାକ୍ଟର

ଭଦ୍ରକ: ନାୟକାଣିଡିହି ଥାନା କରଆଡିଆ ମଳିକସାହି ଗ୍ରାମର ଏକ ଅଭାବନିୟ ଘଟଣା । ଆଜି ସକାଳେ ମଳିକସାହି ଗ୍ରାମର ଗଁ। ଦାଣ୍ଡରେ ପିଲାମାନେ ଖେଳୁଥିବା ସମୟରେ ଏକ ଟ୍ରାକଟର ଧାନ କଳେଇ ବୋଝେଇ କରି ଦୃତଗତିରେ ଆସି ଅଜୟ ମଳିକଙ୍କ ୫ ବର୍ଷର ପୁଅ କାଳିଆଙ୍କ ମୁଣ୍ଡ ଉପରେ ଓ ରଂଜନ ମଳିକଙ୍କ ୪ବର୍ଷର ପୁଅ ସୁକୁଟାଙ୍କ ଗୋଡ ଉପରେ ଟ୍ରାକଟରଟି ମାଡିଯାଇଥିଲା। ଫଳରେ କାଳିଆର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସୁକୁଟାଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ।
ଡାକ୍ତର ଏଠାରେ କାଳିଆକୁ ମୃତ ଘୋଷଣା କରିଥିବାବେଳେ ସୁକୁଟାର ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଉକ୍ତ ଟ୍ରାକ୍ଟରକୁ ଅଟକ ରଖିଥିବା ସୂଚନାରୁ ପ୍ରକାଶ।

Comments are closed.