ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନା ରାସ୍ତା ଓ ପାର୍କିଂ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ

ଭୁବନେଶ୍ୱର : ଶ୍ରୀ ଲିଙ୍ଗରାଜ ମନ୍ଦିର ସାମ୍ନା ରାସ୍ତା ସହ ମନ୍ଦିର ସମ୍ମୁଖ ଗାଡ଼ି ପାର୍କିଂ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ପୁରୁଣା ଭୁବନେଶ୍ବରକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଗାଡ଼ି ନୂଆ ମାର୍କେଟ ନିକଟରେ ପାର୍କିଂ କରାଯିବ। ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯାତ୍ରୀ ସୁବିଧା ସ୍ଥଳର କାମ ସରୁନାହିଁ। ଏହାକୁ ନେଇ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପାର୍କିଂ ପାଇଁ ପୁରୁଣା ଲିଙ୍ଗରାଜ ମାର୍କେଟ ଭଙ୍ଗା ଯାଇଛି କିନ୍ତୁ ସେଠାରେ ପାର୍କିଂ ସୁବିଧା ନାହିଁ ଓଲଟା ଖାଲ ସୃଷ୍ଟି ହୋଇଛି। ଏଥିସହ ଗ୍ୟାରେଜ୍ ଛକଠାରୁ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ରାସ୍ତାରେ ସ୍ବେରେଜ୍ ଖାଲ ରହିଛି। ଫଳରେ ପର୍ଯ୍ୟଟକଙ୍କ ଗାଡ଼ି ଯିବା ଆସିବାରେ ସମସ୍ୟା ହେଉଛି।