ନିର୍ଭୟା ମାମଲା: ଦୋଷୀ ପବନର ପିଟିସିନ ଖାରଜ

ନୂଆଦିଲ୍ଲୀ: ଖାରଜ ହେଲା ନିର୍ଭୟା ଦୋଷୀ ପବନ ଗୁପ୍ତା ଆବେଦନ କରିଥିବା ପିଟିସିନ। ନିର୍ଭୟା ଅପରାଧ ସମୟରେ ଦୋଷୀ ପଓ୍ଵନ ନାବାଳକ ଥିବା ଦାବି କରିଥିଲା। ଏନେଇ ସେ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଏସ୍ଏଲ୍ପି ଦାଖଲ କରିଥିଲା। ଏହାକୁ ହାଇକରୋ୍ଟ ଖାରଜ କରିବା ପରେ ସେ ସୁପ୍ରିମ୍କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା। ଆଜି ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ରାୟକୁ ସଂରକ୍ଷିତ ରଖିିବା ସହ ପିଟିସନ ଖାରଜ କରିଦେଇଛନ୍ତି।
ଏହାପୂର୍ବରୁ ମୁକେଶ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲା। ଏହାକୁ ମଧ୍ୟ ରାଷ୍ଟ୍ରପତି ଖାରଜ କରିଦେଇଥିଲେ। ଏହା ଖାରଜ ହେବା ପରେ ଫାଶୀ ତାରିଖକୁ ପୁଣି ଘୁଞ୍ଚା ଯାଇଛି। ଫଳରେ ସମସ୍ତ ଦୋଷୀ ଫେବ୍ରୁଆରି ୧ ତାରିଖରେ ଫାଶୀରେ ଝୁଲିବେ ବୋଲି ଏକ ପ୍ରକାର ନିଶ୍ଚିତ ହୋଇସାରିଛି।