Odisha Link
Bridging the Missing Links in Odisha

ବିଳମ୍ବରେ କବାଟ ଖୋଲିବାରୁ ପତ୍ନୀଙ୍କୁ ଗୁଳି

ଚଣ୍ଡିଗଡ: ବିଳମ୍ବରେ କବାଟ ଖୋଲିବାରୁ ପତ୍ନୀଙ୍କୁ ଗୁଳି ଅଭିଯୋଗ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପଞ୍ଜାବର ମୋହଲରରେ। ପଞ୍ଜାବ ପୁଲିସରେ ସିଂଘମ୍ ନାମରେ ପରିଚିତି ଡିଏସପି ଅତୁଲ ସୋନୀଙ୍କ ନାମରେ ହତ୍ୟା ଉଦ୍ୟମ ଓ ଆର୍ମ୍ସ ଆକ୍ଟ ଅମାନ୍ୟ ଅଭିଯୋଗ ହୋଇଛି। ଛୋଟ କଥାରେ ପତ୍ନୀ ଉପରେ ଗୁଳି ଚଳାଇ ଡିଏସପି ଅତୁଲ ସୋନୀ ଚର୍ଚ୍ଚାକୁ ଆସିଛନ୍ତି। ସୂଚନା ଅନୁଯାୟୀ, ଡିଏସପି ଅତୁଲ ଏକ ପାର୍ଟି ଯୋଗ ଦେଇ ବିଳମ୍ବିତ ରାତିରେ ଘରକୁ ​‌ଫେରିଥିଲେ। ସେ ସମୟରେ ତାଙ୍କ ପତ୍ନୀ ଶୋଇଥିବାରୁ କବାଟ ଖୋଲିବାରେ ଟିକେ ବିଳମ୍ବ ହୋଇଥିଲା। ଏହାକୁ ନେଇ ଅତୁଲ ରାଗିଯାଇଥିଲେ। ରାଗରେ ସେ ତାଙ୍କ ପତ୍ନୀ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ତାଙ୍କ ପତ୍ନୀ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଏହା ପରେ ଅତୁଲଙ୍କ ପତ୍ନୀ ମୋହାଲୀ ଥାନା ପେଜ-୮ରେ ଅତୁଲଙ୍କ ନାମରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲାକୁ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅତୁଲ ବ୍ୟବହାର କରିଥିବା ବନ୍ଧୁକ ତାଙ୍କ ନିଜ ସର୍ଭିସ ବନ୍ଧୁକ ନଥିଲା ବରଂ ଏକ ବେଆଇନ ବନ୍ଧୁକ ଥିଲା। ସେହି ବନ୍ଧୁକକୁ ତାଙ୍କ ପତ୍ନୀ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହି ଘଟଣା ପରେ ଅତୁଲ ଫେରାର ଥିବା ଜଣାପଡିଛି। ଡିଏସପି ଅତୁଲ କେତେକ ପଞ୍ଜାବୀ ଫିଲ୍ମ ଓ ଭିଡିଓରେ କାମ କରିଛନ୍ତି। ବଡି ବିଲି୍ଡିଙ୍ଗ ପାଇଁ ସେ ପଞ୍ଜାବ ପୁଲିସରେ ଖୁବ୍ ଚର୍ଚ୍ଚିତ। ପୂର୍ବରୁ ମଧ୍ୟ ସେ ଅନେକ ଥର ବିବାଦ ଘେରକୁ ଆସିଛନ୍ତି। ୨୦୧୨ ଜୁନରେ ସେ ଦିଲ୍ଲୀ ଏୟାରପୋର୍ଟରୁ ଆର୍ମ୍ସ ଆକ୍ଟ ମାମଲାରେ ଗିରଫ ହୋଇଥିଲେ। ୨୦୧୩ ମାର୍ଚ୍ଚରେ ତାଙ୍କ ନାମରେ କିଡ୍‌ନାପିଙ୍ଗ ମାମଲା ରୁଜୁ ହୋଇଥିଲା।

Comments are closed.