Odisha Link
Bridging the Missing Links in Odisha

ସଙ୍ଗଠନରେ ମାହିର ଜଗତ ପ୍ରକାଶ

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ସଭାପତି ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜଗତ ପ୍ରକାଶ ନଡ୍ହା। ସେ ଏହା ପୂର୍ବରୁ କାର୍ଯ୍ୟନିର୍ବାହୀ ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଏବେ ସେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ହୋଇଛନ୍ତି। ସେ ବିଜେପିର ୧୪ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି।

ଜଗତ ପ୍ରକାଶ ନଡ୍ଡାଙ୍କ ରାଜନୈତିକ ଯାତ୍ରା:

ହିମାଚଳ ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରୁ ହିଁ ସେ ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ। ଏହି ସମୟରେ ସେ ବିଜେପିରେ ଯୋଗ ଦେଇଥିଲେ। ସେ ବିଜେପି ଟିକେଟରେ ତିନି ଥର (୧୯୯୩, ୧୯୯୮ ଓ ୨୦୦୭)ହିମାଚଳ ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଥରେ ବିଧାୟକ ଦଳର ନେତା ବି ରହିଛନ୍ତି। ନଡ୍ଡାଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ ଦାୟିତ୍ୱ ମିଳିଥିଲା ଯେବେ ପ୍ରେମକୁମାର ଧୁମାଲ ସରକାରରେ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ହେଲେ ତାଙ୍କ ପ୍ରଭାବ ବିସ୍ତାରିତ ହୋଇ ଏବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରିଛି।

ଜେପି ନଡ୍ଡାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖ ଲୋକ ହିସାବରେ ଗଣାଯାଏ। ଏହି କାରଣରୁ ୧୯୯୧ରେ ମୋଦି ଦଳର ମହାସଚିବ ଥିବା ବେଳେ ନଡ୍ଡା ଯୁବ ମୋର୍ଚ୍ଚାର ଦାୟିତ୍ୱ ଗ୍ରହଣ କରିଥିଲେ। ସେହିଦିନ ଠାରୁ ଉଭୟେ ନିକଟବର୍ତ୍ତୀ ହୋଇ ଆସିଛନ୍ତି। ଯେତେବେଳେ ମୋଦତ ଦଳ ଭିତରେ ଉପରକୁ ଉପରକୁ ଉଠିଛନ୍ତି ନଡ୍ଡାଙ୍କର ବି ସେହିଭଳି ପଦୋନ୍ନତି ହୋଇ ଚାଲିଛି।

ନଡ୍ଡା ୨୦୧୦ରେ ଜାତୀୟ ରାଜନୀତିରେ ପ୍ରଥମ ଥର ପାଇଁ ପ୍ରବେଶ କରିଥଇଲେ। ସେହି ବର୍ଷ ସେ ନିତିନ ଗଡକରୀଙ୍କଠାରୁ ଦଳର ମହାସଚିବ ପଦ ହାସଲ କରନ୍ତି। ତା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ନଡ୍ଡାଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା। ୨୦୧୯ରେ ବିଜେପି କ୍ଷମତାକୁ ଫେରିବା ପରେ ଅମିତ ଶହ ଗୃହମନ୍ତ୍ରୀ ହେଲେ।

ନଡ୍ଡାଙ୍କ ବଡ଼ ସଫଳତା ହେଉଛି ୨୦୧୯ ଲୋକସଭା ନିର୍ବାଚନରେ ସେ ଦଳକୁ ୬୨ ସାଂସଦ ଦେଇପାରିଲେ। ବିଏସ୍‌ପି ଓ ଏସ୍‌ପି ମେଣ୍ଟକୁ ଧରାଶାୟୀ କରିବା ସହ ଷାଠିଏରୁ ଅଧିକ ସାଂସଦ ଜିତିଥିବା କାରଣରୁ ବିଜେପି ରାଜନୀତିରେ ନଡ୍ଡାଙ୍କ ପ୍ରଭାବ ବଢ଼ିଚାଲିଲା।

Comments are closed.