Odisha Link
Bridging the Missing Links in Odisha

୨୦୨୩ରେ ତାଳଚେର ସାର କାରଖାନା

ତାଳଚେର: ୨୦୨୩ ସେପ୍ଟେମ୍ବରରୁ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା। ତାଳଚେର ସାର କାରାଖାନା ପ୍ରସଙ୍ଗରେ ଆଜି କେନ୍ଦ୍ର ସାର ସଚିବ ଛଳେନ୍ଦ୍ର ରାଉଳଙ୍କ ପ୍ରତିକ୍ରିୟା। ସାର କାରଖାନା ନିର୍ମାଣ ପାଇଁ ୮ ହଜାର କୋଟିର ଚୁକ୍ତି ହୋଇଛି। ଚୀନର ଏକ କଂପାନୀ ଦ୍ବାରା କାଲିଠୁ ଭିତ୍ତିଭୂମି ନିର୍ମାଣ କାମ ଆରମ୍ଭ ହୋଇଛି। ଏହି କାରଖାନା ହେବା ପରେ ବର୍ଷକୁ ୧୨ ଲକ୍ଷ ମେଟ୍ରିକ୍‌ ଟନ୍‌ ସାର ଉତ୍ପାଦନ ହେବ। ଦୈନନ୍ଦିନ ୨୨୦୦ ଟନ୍‌ ଆମୋନିଆ, ୩୮୫୦ ଟନ୍‌ ୟୁରିଆ, ୧୦୦ ମେଟ୍ରିକ୍‌ ଟନ୍‌ ଅତିରିକ୍ତ ସଲଫର ଉତ୍ପାଦନ ହେବ। କୋଇଲା ଦ୍ବାରା ୨.୩୮ ମିଲିୟନ କ୍ୟୁ.ମି ପ୍ରାକୃତିକ ଗ୍ୟାସ ମଧ୍ୟ ଉତ୍ପାଦନ ହେବ। ଏହା ଫଳରେ ଏଲପିଜି ଆମଦାନୀ ଖର୍ଚ୍ଚକୁ ବହୁଳ ଭାବରେ ହ୍ରାସ କରିହେବ। କରାକାନା ନିର୍ମାଣ ବେଳେ ୧୦ ହଜାର ଓ ପରେ ୪ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ।

Comments are closed.