Odisha Link
Bridging the Missing Links in Odisha

ଭାଙ୍ଗିବ ବିବାଦୀୟ ରଙ୍ଗଶାଳା

ଯାଜପୁର: ଯାଜପୁର ଧର୍ମଶାଳାର ବିବାଦୀୟ ରଙ୍ଗଶାଳା ଆଜି ଭାଙ୍ଗିବ। ସ୍ଥାନୀୟ ପ୍ରଶାସନର ପ୍ରସ୍ତୁତି ଆରମ୍ଭ। ଘଟଣାସ୍ଥଳରେ ଯାଜପୁର ଏଡିଏମ, ଧର୍ମଶାଳା ତହସିିଲଦାରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ। ତେବେ ଏହାକୁ ବିରୋଧ କରୁଛନ୍ତି ସ୍ଥାନୀୟ ସରପଞ୍ଚ ଓ ତାଙ୍କ ସମର୍ଥକ।
ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କର ଏହି ରଙ୍ଗଶାଳାରେ ମୃତ୍ୟୁ ହୋଇଥିଲା। ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରାଙ୍କ ମାଲିକାନାରେ ଏହି ରଙ୍ଗଶାଳା ଥିଲା।