Odisha Link
Bridging the Missing Links in Odisha

ମହିତଳା ଛକ ନିକଟରେ ସଡକ ଦୁର୍ଘଟଣା, ଚାଲିଗଲା ଜଣଙ୍କର ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିତଳା ନିକଟରେ ଦୁର୍ଘଟଣା ଘଟିଛି । ମୃତକ ବେଣାଗାଡିଆ ଗାଁର ଆଲୋକ ସିଂ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଜିନ୍ଦର ଷ୍ଟିଲ୍‌ ଏଣ୍ଡ ପାଓ୍ବାର ଲିମିଟେଡ୍‌ କମ୍ପାନୀରୁ କାର୍ଯ୍ୟ ସାରି ଘରକୁ ଫେରୁଥିଲେ ଆଲୋକ। ହଠାତ୍‌ ମହିତଳା ଛକ ନିକଟରେ ଏକ ଟ୍ରକ୍‌ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେ ପଡିଯାଇଥିଲେ। ନିକଟରେ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳେକ ତାଙ୍କର ମୃତ୍ୟୁ ହୋଇସାରିଥିଲା।

Comments are closed.