ନିଜ ଗାଁ ସ୍କୁଲରେ ରାତି କଟାଇଲେ ମୁଖ୍ୟମନ୍ତ୍ରୀ

ବାଙ୍ଗାଲୋର: ଭାରତରେ ଏମିତି କିଛି ରାଜନେତା ଅଛନ୍ତି ଯେଉଁମାନେ କିଛି ନା କିଛି କାରଣରୁ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ଗତକାଲି ଇନ୍ଦୋରରେ ବିଜେପି ଏମଏଲଏ ଆକାଶଙ୍କ ଦବଙ୍ଗଗିରିକୁ ନେଇ ସବୁ ଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାର ସ୍ବାମୀ ଚର୍ଚ୍ଚାରେ। କାହିଁକିନା ସ୍କୁଲ ପିଲାଙ୍କ ଗହଣରେ ଭୋଜନ କରିବା ସହ ସ୍କୁଲରେ ରାତି କଟାଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର କୁମାର ସ୍ୱାମୀଙ୍କ ନିଜ ଗାଁ ରାୟଚୁରର ସରକାରୀ ସ୍କୁଲରେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ ନିଜ ଗାଁ ରାୟଚୁର ଗସ୍ତରେ ଯାଇଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗାଁ ଲୋକଙ୍କ ସହ ମିଳିମିଶି ଗାଁ ପିଣ୍ଡାରେ ବସିଥିବାର ଦେଖିବାକୁ ମିଳିଥିଲା।
ଏହାପରେ ସେ ଅଚାନକ ରାୟଚୁରର ସରକାରୀ ସ୍କୁଲରେ ପହଞ୍ଚିଥିଲେ। ସେଠାରେ ପିଲାମାନଙ୍କ ସହ କଥା ହୋଇଥିଲେ ଓ ପିଲାଙ୍କୁ ପାଠ ମଧ୍ୟ ପଚାରି ବୁଝିଥିଲେ। ଏହାପରେ ପିଲାମାନଙ୍କ ଗହଣରେ ରାତ୍ରି ଭୋଜନ କରିବା ସହ ସେଠାରେ ରାତି କଟାଇଥିଲେ। କୁମାର ସ୍ୱାମୀଙ୍କ ସହ ତାଙ୍କ ପ୍ରଶାସନିକ ଅଧିକାରୀ ମଧ୍ୟ ଥିଲେ। ସେମାନେ ମଧ୍ୟ ପିଲାଙ୍କ ମାନଙ୍କ ସହ ମିଶି ଭୋଜନ କରିଥିଲେ।