Odisha Link
Bridging the Missing Links in Odisha

ଆଉ ଶ୍ରେଣୀଗୃହରେ ଶିକ୍ଷକ ଶିକ୍ଷୟିତ୍ରୀ ଧରିବେ ନାହିଁ ମୋବାଇଲ୍

ଭୁବନେଶ୍ବର : ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ସରକାରୀ ସ୍କୁଲର ଫଳାଫଳକୁ ନେଇ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ପ୍ରକାଶ ନ କରିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି। ତେବେ ଏପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସରକାରୀ ସ୍କୁଲ ପ୍ରତି କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାର ସମସ୍ତ ସ୍କୁଲରେ ପାଠପଢ଼ା ବେଳେ ଶିକ୍ଷକମାନେ ମୋବାଇଲ ବ୍ୟବହାରକୁ ବାରଣ କରାଯାଇଛି। ଏନେଇ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବ୍ରହ୍ମପୁର ସହରରେ ଥିବା ସିଟି ହାଇସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକଙ୍କ ଟେବୁଲ ଉପରେ ମୋବାଇଲ ରଖି ଶ୍ରେଣୀ ଭିତରକୁ ଯାଉଥିବା ଦେଖିବାକୁ ମିଳିଥିଲା। ସେହିପରି ଭି.ଭି. ଗିରି ବାଳିକା ବିଦ୍ୟାଳୟରେ ବି ଶିକ୍ଷୟିତ୍ରୀମାନେ ନିଜ ନିଜ ଆଲମିରାରେ ମୋବାଇଲ ରଖି ଶ୍ରେଣୀ ଭିତରକୁ ଯାଉଥିବା ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ, ମୋବାଇଲ ଶ୍ରେଣୀଗୃହକୁ ନ ନେବା ନିୟମକୁ ଶିକ୍ଷକ-ଶିକ୍ଷୟିତ୍ରୀ ସ୍ୱାଗତ କରିଛନ୍ତି। ଆବଶ୍ୟକ ପଡ଼ିଲେ କମନ୍ ରୁମକୁ ଆସି ଶିକ୍ଷକ- ଶିକ୍ଷୟିତ୍ରୀ ମୋବାଇଲ ବ୍ୟବହାର କରିପାରିବେ ବୋଲି ଭି.ଭି. ଗିରି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି। ପ୍ରଶାସନର ଏହି କଟକଣାକୁ ନେଇ ଛାତ୍ରଛାତ୍ରୀ ବେଶ୍ ଖୁସି ଅଛନ୍ତି। ପାଠପଢ଼ା ସମୟରେ ଶିକ୍ଷକ-ଶିକ୍ଷୟିତ୍ରୀ ମୋବାଇଲ ବ୍ୟବହାର କରୁ ନଥିବାରୁ ପୂରା ପିରିୟଡ୍ ଠିକ୍ ଭାବେ ଚାଲୁଥିବା ଛାତ୍ରଛାତ୍ରୀ କହିଛନ୍ତି।

Comments are closed.