ଆଜିଠୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି : ମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ରାଜ୍ୟରେ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତିି ଯେ, ବସ୍ ଯାତ୍ରା କରିବା ସମୟରେ ସମସ୍ତ ଯାତ୍ରୀ କୋଭିଡ୍ ନିୟମ ମାନିବାକୁ କୁହାଯାଇଛି । ଏହା ସହିତ ସିଟରେ କ୍ଷମତାଠାରୁ ଅଧିକ ଯାତ୍ରୀ ନେଇପାରିବେନି। ରାଜ୍ୟରେ କଟକଣା କୋହଳ ହୋଇଥିବାରୁ ଏବଂ ବସ ମାଲିକଙ୍କ ଟିକସ ଛାଡ଼ ସହ ଅନ୍ୟ ଦାବି ପୂରଣ କରାଯାଇଥିବାରୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ପ୍ରକାଶ ଯେ, କେନ୍ଦ୍ର ସରକାର ଅନଲକ୍ ୪.୦ ଲାଗି ଗାଇଡଲାଇନ ଜାରି କରିବାର ଦିନକ ପରେ ରାଜ୍ୟ ସରକାର ଅନଲକ ୪.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟ ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଲୋକମାନଙ୍କ ଓ ମାଲ ପରିବହନ ନେଇ କୌଣସି କଟକଣା ରହିବ ନାହିଁ ।