କରୋନା ଆକ୍ରାନ୍ତଙ୍କୁ ଜେଇଇ ପରୀକ୍ଷା ମନା

ବ୍ରହ୍ମପୁର: ଆଜି ଜଣେ କରୋନା ଆକ୍ରାନ୍ତଙ୍କୁ ଜେଇଇ(ମେନ) ପରୀକ୍ଷା ଦେବାର ସୁଯୋଗ ମିଳିପାରିନଥିବା ଭଳି ଏକ ବଡ଼ ଖବର ସାମାନାକୁ ଆସିଛି। ସମ୍ପୃକ୍ତ କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଜଣକ ପିପିଇ କିଟ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ତେବେ ତାଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଇନଥିବା ଜଣାଯାଇଛି। ଅନ୍ୟପକ୍ଷରେ ପରବର୍ତ୍ତୀ ପର୍ଯ୍ୟାୟରେ ଆକ୍ରାନ୍ତଙ୍କ ପାଇଁ ବ୍ୟବସ୍ଥା ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି।
ସୂଚନା ଯୋଗ୍ୟ ଯେ, ଜେଇଇ ଓ ନିଟ ପରୀକ୍ଷା ଲାଗି କେନ୍ଦ୍ର ସରକାର ନିଜ ଜିଦରେ ଅଟଳ ରହିବା ପରେ ରାଜ୍ୟ ସରକାର ପରୀକ୍ଷାର୍ଥୀ କିଭଳି ସୁବିଧାରେ ରହିବେ ଓ ଯାତାୟାତ କରିପାରିବେ ସେ ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି। ସେମାନଙ୍କ ରହିବା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିଛନ୍ତି।