Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ ଘୋଷଣା

ଭୁବନେଶ୍ବର:

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ ଘୋଷଣା
ଭୁବନେଶ୍ବର: ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩ଶହ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୩୩% ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ମିଳିବ ୬୮୦୦ ଇନପୁଟ ସବସିଡି। ଜଳସେଚିତ ଜମି ପାଇଁ ୧୩, ୫୦୦ ଓ ବାରମାସି ଫସଲ ପାଇଁ ୧୮ ହଜାର। ବାରମାସି ଫସଲ ମଧ୍ୟରେ ଆମ୍ବ, କାଜୁ, ନଡ଼ିଆ, ପାନ ଅନ୍ତର୍ଭୁକ୍ତ ହୋଇଛି।

ସମସ୍ତ ସହାୟତା କେବଳ ପ୍ରକୃତ ଚାଷୀଙ୍କୁ ମିଳିବ ବୋଲି ଘୋଷଣା କରାଯାଇଛି। ବାରମାସୀ ଫସଲ ପାଇଁ ସର୍ବନିମ୍ନ ୨ ହଜାର ଓ ଅନ୍ୟ ପାଇଁ ୧ ହଜାର ମିଳିବ। ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨୦ ହଜାର ବିହନ ମନିକିଟ୍‌ ମିଳିବ। ୫୦% ସବସିଡିରେ ୨ ହଜାର ପମ୍ଫସେଟ୍‌ ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ଜିଲ୍ଲାକୁ ୧୦ କୋଟିର ଫାର୍ମ ମେକାନାଇଜେସନ ସବସିଡି ମିଳିବ। ପ୍ରତ୍ୟେକ ୧୩୦ ଟଙ୍କାର ୧ ଲକ୍ଷ ଚାଷୀଙ୍କୁ ପରିବା ମଞ୍ଜି କିଟ୍‌ ମିଳିବ। ୭୫ ହଜାର ଚାଷୀଙ୍କୁ ୧୬୦ ଟଙ୍କାର ଶୀଘ୍ର ଅମଳକ୍ଷମ ମଞ୍ଜି କିଟ୍‌ ମିଳିବ। ୧୦ ହଜାର ଛତୁ ଚାଷୀଙ୍କୁ ଘର ମରାମତି ପାଇଁ ୫୦୦ ଲେଖାଏଁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।