ଉପନିର୍ବାଚନ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର: ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଘୋଷଣା ହୋଇଛି ଅନୁକମ୍ପା ରାଶି। ପୁଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କ ପାଇଁ ଏହି ଅନୁକମ୍ପା ରାଶି ଘୋଷଣା ହୋଇଛି। ଉପନିର୍ବାଚନ ସମୟରେ କରୋନାରେ ଆକାନ୍ତ ହୋଇ ମୃତ୍ୟୁ ହେଲେ ନିୟୋଜିତ କର୍ମଚାରୀଙ୍କ ପରିବାରକୁ ମିଳିବ ଅନୁକମ୍ପା ରାଶି। ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଭାରତ ଇଲେକ୍ରେ୍ଟାନିକ୍ସ ଲିମିଟେଡ୍ ଓ ଓସିଆଇଏଲର କର୍ମଚାରୀଙ୍କୁ ମଧ୍ୟ ଏହି ରାଶି ଦିଆଯିବ।
ସେହିପରି ହିଂସା, ଆକ୍ରମଣ ଓ ବିସ୍ଫୋରଣରେ ମୃତ୍ୟୁ ହେଲେ ନିୟୋଜିତ କର୍ମଚାରୀଙ୍କ ପରିବାରକୁ ମଧ୍ୟ ଅନୁକମ୍ପା ରାଶି ମିଳିବ। ଅନୁକମ୍ପା ରାଶି ଘୋଷଣା କରିଛି ନିର୍ବାଚନ ଆୟୋଗ। ଏହି ଅନୁକମ୍ପା ରାଶି ରାଜ୍ୟ ସରକାର ଯୋଗାଇଦେବେ ବୋଲି ଜଣାପଡିଛି।