ଦେଶ ଓ ସମାଜକୁ ଯୋଡ଼ିବା ପାଇଁ କାମ କରିବି: ବାଇଡ଼େନ୍

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ବାଇଡ଼େନ୍ ତାଙ୍କର ଏହି ବିଜୟକୁ ଐତିହାସିକ ବୋଲି କହିଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ବାଇଡ଼େନ୍ ଦେଶବାସୀଙ୍କୁ ନିଜର ପ୍ରଥମ ସମ୍ବୋଧନରେ କହିଛନ୍ତି ଯେ, ରାଷ୍ଟ୍ରପତି ଭାବେ ଦେଶକୁ ସେ ବ୍ଲୁ ଏବଂ ରେଡ଼ ଷ୍ଟେଟ ଭାବେ ଦେଖିବେ ନାହିଁ କେବଳ ୟୁନାଇଡ଼େ ଷ୍ଟେଟ ଅଫ ଆମେରିକା ଭାବେ ଦେଖିବେ। ବିଭାଜନ ନୁହେଁ ଯୋଡିବା ହେବ ପ୍ରାଥମିକତା। ଆମେରିକାବାସୀ ତାଙ୍କ ଉପରେ ବିଶ୍ୱାସ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଆମ ପାଖରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବାର ଶକ୍ତି ରହିଛି ବୋଲି କହିଛନ୍ତି ଜୋ ବାଇଡ଼େନ୍।
ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇ ସେ କହିଛନ୍ତି, ସମସ୍ତ ଆମେରିକାବାସୀଙ୍କର ରାଷ୍ଟ୍ରପତି ଭାବେ ସେ କାମ କରିବେ। ଦେଶକୁ ଏକଜୁଟ ହୋଇ ଆଗକୁ ବଢିବାକୁ ହେବ ବୋଲି ବାଇଡେନ କହିଛନ୍ତି। ଏଥିସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏହି ପଦବୀ ଗ୍ରହଣ କରିବାରେ ସେ ହେବେ ଆମେରିକାର ପ୍ରଥମ ମହିଳା।