Odisha Link
Bridging the Missing Links in Odisha

ଟ୍ରକ ପଛପଟୁ ପିଟିଲା ସ୍କୁଟି: ଜଣେ ମୃତ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ଜାତୀୟ ରାଜପଥ ରଥିଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ ରଥିଆ ଛକ ନିକଟରେ ୨ ଭଉଣୀ ଟିଉସନ ସାରି ସ୍କୁଟିରେ ଫେରୁଥିଲେ। ତେବେ ରଥିଆ ଛକ ନିକଟରେ ରାସ୍ତା କଡରେ ଛିଡା ଟ୍ରକ ଆସି ପଛପଟୁ ଜୋରାଦାର ଧକ୍କା ଦେଇଥିଲା ସ୍କୁଟି। ଯାହାଫଳରେ କି ଘଟଣାସ୍ଥଳରେ ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ରହିଥିଲା।

ଗୁରୁତର ଅବସ୍ଥାରେ ଅନ୍ୟଜଣଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ନାମ ହେଲେ ଶିପ୍ରା ବେହେରା। ୨ ଭଉଣୀ ସ୍ଥାନୀୟ ନେଉଳପୁର ଅଞ୍ଚଳର ବୋଲି ଜଣାପଡିଛି।

Comments are closed.