Odisha Link
Bridging the Missing Links in Odisha

ନିଷିଦ୍ଧ ପଲିଥିନ୍‌ ବ୍ୟବହାର, ୫ ହଜାର ‌ଜୋରିମାନା ଆଦାୟ

ଭୁବନେଶ୍ବର: ଭୁବନେଶ୍ବରରେ ନିଷିଦ୍ଧ ହୋଇଛି ୫୦ ମାଇକ୍ରନ୍‌ରୁ କମ୍‌ ପଲିଥିନ୍‌ ବ୍ୟବହାର। ବୁଧବାର ବିଏମ୍‌ସିର ଦକ୍ଷିଣ ପଶ୍ଚିମ ଜୋନ୍‌ ଅନ୍ତର୍ଗତ ସିଆର୍‌ପି ଛକରୁ ଷ୍ଟୁଆର୍ଟ ସ୍କୁଲ ଅଞ୍ଚଳରେ ବିଏମ୍‌ସିର ସେଣ୍ଟ୍ରାଲ ଏବଂ ଜୋନ୍‌ ସ୍କ୍ବାଡ୍‌ ମିଳିତ ଭାବେ ଚଢ଼ଉ କରି ୫୦ ମାଇକ୍ରନ୍‌ରୁ କମ୍‌ ପଲିଥିନ୍‌ ଠାବ କରିଛି। ନିଷିଦ୍ଧ ପଲିଥିନ୍‌ ରଖିବା ଏବଂ ଦୋକାନ ସମ୍ମୁଖ ସର୍ବସାଧାରଣ ସ୍ଥାନରେ ଆବର୍ଜନ ପକାଇବା ଅଭିଯୋଗରେ ପ୍ରାୟ ୧୦ ଦୋକାନୀଙ୍କଠାରୁ ୫ହଜାର ଟଙ୍କାର ଜୋରିମାନା ଆଦାୟ ହୋଇଛି। ଏହାସହିତ ୧୧ ଦୋକାନୀଙ୍କୁ ସ୍କ୍ବାଡ୍‌ ନୋଟିସ୍‌ ଜାରି କରିଛି।

ସେହିପରି ବିଏମ୍‌ସି ଉତ୍ତର ଜୋନ୍‌ରେ ବିଭିନ୍ନ ହୋଟେଲରେ ସ୍କ୍ବାଡ୍‌ ପକ୍ଷରୁ ଚଢ଼ଉ କରାଯାଇ ମାଲିକଙ୍କୁ ତାଗିଦ୍‌ କରାଯାଇଛି। ଆଗାମୀ ଦିନରେ ଚଢ଼ଉ ଅଭିଯାନ ଜୋର୍‌ଦାର ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବରରେ ଦୋକାନୀ ଏବଂ ଗ୍ରାହକ ନିଷିଦ୍ଧ ପଲିଥିନ୍‌ ବ୍ୟବହାର କଲେ ଆଇନ ଅନୁସାରେ ଆର୍ଥିକ ଦଣ୍ଡ ପାଇବେ। ଏହାସହିତ ଦୋକାନ ସମ୍ମୁଖରେ ଡଷ୍ଟବିନ୍‌ ରଖିବା ବାଧ୍ୟତାମୂଳକ କରିଛି ବିଏମ୍‌ସି। ବ୍ୟବହୃତ ପ୍ଲାଷ୍ଟିକ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦୋକାନ ସମ୍ମୁଖରେ ନ ପକାଇବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।